ବିହାର ବିଧାନସଭା ନିର୍ବାଚନ: ଲାଲୁ ଓ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା, ଜେଡିୟୁରେ ସାମିଲ ହେଲେ ଏହି ୩ ବଡ଼ ନେତା
Advertisement
trendingNow1746066

ବିହାର ବିଧାନସଭା ନିର୍ବାଚନ: ଲାଲୁ ଓ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା, ଜେଡିୟୁରେ ସାମିଲ ହେଲେ ଏହି ୩ ବଡ଼ ନେତା

ଭୋଲା ରାୟ (Bhola Rai)  ସେହି ବ୍ୟକ୍ତି ଯିଏ କେବଳ ଲାଲୁ-ରାବ୍ରିଙ୍କୁ ବିଜୟ ଦେଇନାହାଁନ୍ତି ବରଂ ପୁଅ ତେଜସ୍ୱୀଙ୍କୁ ଡେପୁଟି ସିଏମ୍  କରିବାରେ ମଧ୍ୟ ସାହାଯ୍ୟ କରିଥିଲେ । ଅନ୍ୟପକ୍ଷେ କଂଗ୍ରେସ (Congress) ର ୨ ବିଧାୟକ ମଧ୍ୟ ଜେଡିୟୁରେ ସାମିଲ ହୋଇଛନ୍ତି ।

ବିହାର ବିଧାନସଭା ନିର୍ବାଚନ: ଲାଲୁ ଓ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା, ଜେଡିୟୁରେ ସାମିଲ ହେଲେ ଏହି ୩ ବଡ଼ ନେତା

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ଙ୍କ ପୁଅ ତେଜସ୍ୱୀ ଯାଦବ (Tejashwi Yadav) ଙ୍କୁ ଘେରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ବଡ଼ ରାଜନୈତିକ ଗୋଟି ଚାଳିଛନ୍ତି । ଗତକାଲି ଅର୍ଥାତ ଶୁକ୍ରବାର ରାଘୋପୁରରୁ ଆରଜେଡି (RJD) ଟିକେଟରେ ତିନିଥର ବିଧାୟକ ଭୋଲା ରାୟ (Bhola Rai) ଜେଡିୟୁରେ ସାମିଲ ହୋଇଛନ୍ତି । ଜେଡିୟୁ (JDU) କାର୍ଯ୍ୟାଳୟରେ ଦଳରେ ଯୋଗଦେବାବେଳେ ସାଂସଦ ରାଜୀବ ରଂଜନ ସିଂ ଓରଫ ଲଲନ ସିଂ କହିଛନ୍ତି ଯେ, ଆରଜେଡି ପରିବାରରେ କୌଣସି ବଡ଼ ନେତାଙ୍କୁ ସମ୍ମାନ ଦିଆଯାଇ ନାହିଁ । ଲାଲୁ ପରିବାର ପାଇଁ ନିଜ ଆସନ ଛାଡିଥିବା ଭୋଲା ରାୟଙ୍କୁ ଦଳ ଅଣଦେଖା କରିଥିଲା । ଭୋଲା ରାୟ ସେହି ବ୍ୟକ୍ତି ଯିଏ କେବଳ ଲାଲୁ-ରାବ୍ରିଙ୍କୁ ବିଜୟ ଦେଇନାହାଁନ୍ତି ବରଂ ପୁଅ ତେଜସ୍ୱୀଙ୍କୁ ଡେପୁଟି ସିଏମ୍  କରିବାରେ ମଧ୍ୟ ସାହାଯ୍ୟ କରିଥିଲେ । ଅନ୍ୟପକ୍ଷେ କଂଗ୍ରେସ (Congress) ର ୨ ବିଧାୟକ ମଧ୍ୟ ଜେଡିୟୁରେ ସାମିଲ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !

କେବଳ ଏତିକି ନୁହେଁ, ଆରଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂଙ୍କ ବାହାନାରେ ଲଲନ ସିଂ ଲାଲୁ ପରିବାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ୩୨ ବର୍ଷ ଲାଲୁ ଯାଦବଙ୍କ ପଛରେ ରହିଥିବା ରଘୁବଂଶ ବାବୁଙ୍କୁ ଆରଜେଡି କୌଣସି ସମ୍ମାନ ଦେଇ ନାହିଁ । ଏହି ସମୟରେ ଜେଡିୟୁ ସାଂସଦ କହିଛନ୍ତି ଯେ ଆରଜେଡି ପରିବାରରେ ଟିକେଟ୍ ବଣ୍ଟନ କାରବାର ଉପରେ ଆଧାରିତ । ଲଲନ ସିଂ ରଘୁବନ ପ୍ରସାଦ ସିଂଙ୍କୁ ଜେଡିୟୁରେ ସ୍ୱାଗତ କରିବା ସହ କହିଛନ୍ତି ଯେ ଯଦି ସେ ଆମ ଦଳରେ ଯୋଗ ଦିଅନ୍ତି ତେବେ ଆମେ ତାଙ୍କୁ ସ୍ୱାଗତ କରିବୁ ।

ଅଧିକ ପଢ଼ନ୍ତୁ:-ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଭାରେ ହଙ୍ଗାମା, ଜୋରଦାର ନାରାବାଜି କଲେ କାର୍ଯ୍ୟକର୍ତ୍ତା

ଏହି ଅବସରରେ ଆରଜେଡି ବିଧାୟକ ଭୋଲା ରାୟଙ୍କ ବ୍ୟତୀତ କଂଗ୍ରେସର ୨ ବିଧାୟକ ଗୋବିନ୍ଦପୁରରୁ ପୂର୍ଣ୍ଣିମା ଯାଦବ ଓ ବାରବୀଘାରୁ ସୁଦର୍ଶନ ମଧ୍ୟ ଜେଡିୟୁରେ ଯୋଗ ଦେଇଥିଲେ । ସମସ୍ତେ ଏକ ସ୍ୱରରେ ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜିତାଇବାକୁ ସଂକଳ୍ପ କରିଥିଲେ ।
ବର୍ତ୍ତମାନ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ରାଘୋପୁର ବିଧାୟକ । ଆରଜେଡି (RJD) ରୁ ଜେଡିୟୁ (JDU) ରେ ଯୋଗ ଦେଇଥିବା ଭୋଲା ରାୟ ୧୯୮୦ ରୁ ୧୯୯୫ ପର୍ଯ୍ୟନ୍ତ ଏହି ବିଧାନସଭା ଆସନରୁ ତିନିଥର ବିଧାୟକ ରହିଆସିଛନ୍ତି । ଏହି ଆସନ ଛାଡିବା ପରେ ଲାଲୁ ଯାଦବ ମଧ୍ୟ ରାଘୋପୁରରୁ ଜିତିଛନ୍ତି ।

Trending news